Odisha News Insight

କରୋନା ପୁଣିଥରେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବେ ମୋଦି

ଦିନକୁ ଦିନ ଦେଶରେ କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବେନ୍ଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟୁଇଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୋଦି ଟୁଇଟ କରି କହିଛନ୍ତି ଯେ, କରୋନା ଭାଇରସର ବିସ୍ତାର ସମ୍ବନ୍ଧରେ କିଛି ଗୁରୁତ୍ବପୂର୍ଣ୍ଣ କଥା ଦେଶବାସୀଙ୍କ ସହ ଶେୟାର କରିବି। ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବି। ଏପରି କିଛି କହିଛନ୍ତି ମୋଦି।

Leave a comment