Odisha News Insight

ସୁନା ଦୋକାନୀ କରୁଛନ୍ତି ହେରଫେର !

ରାଜ୍ୟ ବିଭିନ୍ନ ସୁନା ଦେକାନରେ ଗ୍ରାହକଙ୍କୁ ଠକୁଛନ୍ତି ଦେକାନୀ। ଆଜି ବିଧାନସଭାବ ଶୀତ ଅଧିବେଶନର ସପ୍ତମ ଦିନର ପ୍ରଶ୍ନକାଳରେ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଧାନସଭାରେ ଉଠିଲା ସୁନା ଦୋକାନୀ ଠକେଇ ପ୍ରସଙ୍ଗ । କଟକ ଓ ବାଲେଶ୍ବର ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି କରୁଥିବା ମନ୍ତ୍ରୀ କରିଛନ୍ତି । ଏହାସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରାହକମାନଙ୍କୁ ଏଭିଳି ଲୁଟୁଛନ୍ତି ଦୋକାନୀ । ୨୦୧୮-୧୯ମସିହାରେ ୩୧ଟି ଓ ଚଳିତ ବର୍ଷ ୧୧ଟି ସୁନା ଦୋକାନ ଉପରେ ଚଢାଉ ହୋଇଛି। ସୁନା ଦୋକାନୀ କରୁଛନ୍ତି ହେରଫେର । ତେବେ ଭୁବନେଶ୍ବର ଓ ବ୍ରହ୍ମପୁରରେ ସୁନା ଦୋକାନଗୁଡିକରେ କାହିଁ ଚଢାଉ ହୋଇନାହିଁ ବୋଲି ବାଚସ୍ପତି ପ୍ରଶ୍ନ ଉଠାଇଛନ୍ତି । ସଂପୃକ୍ତ ଏହି ଅଞ୍ଚଳର ଦୁଇ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। କେଉଁ ସୁନା ଦୋକାନୀ କେତେ ଠକିଛନ୍ତି ତାହାର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଲିକାରେ ବାଲେଶ୍ବରରେ ୬ଟି, ଖୋର୍ଦ୍ଧାରେ ୪ଟି, କଟକରେ ୭ଟି ଦୋକାନ ରହିଛି ।

Leave a comment