Odisha News Insight

ସମ୍ବଲପୁରର ଅଧିଷ୍ଠାତା ଦେବୀ ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

ଥମେ ସମ୍ବଲପୁର ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଯମାଦର ପାଳି ପଡ଼ିଆଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଲପୁର କୁ ସ୍ୱାଗତ କରିଥିଲେ !

ପରେ ମନ୍ଦଲିଆ ପଡିଆଠାରେ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ତଥା ସମ୍ବଲପୁର ଟାଉନ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାସ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ ଜଣାଇଥିଲେ !

ସମାଲେଇ ମା ଙ୍କ ଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ମା’ ସମଲାଇଙ୍କ ବଡ ଭକ୍ତ। ସମଲାଇ ମନ୍ଦିରର ବିକାଶରେ କୌଣସି ଅସୁବିଧା ନାହିଁ। ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଟିମ୍ ଗଠନ କରାଯିବ। ଉକ୍ତ ଟିମ୍ ଆସି ସମଲାଇ ମନ୍ଦିର ପରିଦର୍ଶନ କରିବେ। ଏହା ସହ ସମ୍ବଲପୁରରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ସେହି ରିପୋର୍ଟ ଆଧାରରେ ଏହାର ବିକାଶ ପାଇଁ ବ୍ୟୟ ଅଟକଳ କରାଯିବ।”

Leave a comment