Odisha News Insight

ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌, ୭ ମୃତ

 ଉତ୍ତରପ୍ରଦେଶର ସୀତାପୁର ଏକ ଫ୍ୟାକ୍ଟ୍ରିରେ ଆଜି ଗ୍ୟାସ୍‌ ଲିକ୍‌ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ସମୟରେ ସେଠାରେ ଥିବା ୭ ଜଣ ଅଣନିଃଶ୍ଵାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ନିଆଯାଇଥିଲା ହେଲେ ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ ଜଣ ପୁରୁଷ ଏବଂ ୪ ଶିଶୁ ରହିଛନ୍ତି। ଏହି ଫ୍ୟାକ୍ଟ୍ରି ବିସୱାଁ କୋତୱାଲିର ଜଲାଲପୁର ଗାଁରେ ରହିଛି। ସିଏମଓ, ଜିଲା ମାଜିଷ୍ଟ୍ରେଟ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Leave a comment