Odisha News Insight

ପାପ କରିଛ, ଆଲ୍ଲା ରାଗିଛନ୍ତି ମର୍କାଜ୍‌ ମୁଖ୍ୟ

 ଫେରାର୍‌ ଥିବା ତାବ୍‌ଲିଘି ଜମାତ୍‌ ମର୍କାଜ୍‌ ମୁଖ୍ୟ ମୌଲାନା ମହମ୍ମଦ ସାଦ୍‌ଙ୍କର ପୁଣି ଏକ ଅଡିଓ ଆସିଛି। ପୂର୍ବରୁ ଅଡିଓରେ ଲକ୍‌ଡାଉନ୍‌ ଅମାନ୍ୟ କରିବା ପାଇଁ ଅନୁଗାମୀଙ୍କୁ ଉପଦେଶ ଦେଇଥିବା ମୌଲାନା ଏହି ଦ୍ବିତୀୟ ଅଡିଓରେ ‘ଆଲ୍ଲା ରାଗିଛନ୍ତି’ ବୋଲି ମତ ଦେଇଛନ୍ତି।

ବର୍ତ୍ତାମନ ବିଶ୍ବବ୍ୟାପୀ ପ୍ରାୟ ୧୧ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏଥିପାଇଁ ମଣିଷ ସମାଜର ପାପ ଦାୟୀ ବୋଲି ମୌଲାନା କହିଛନ୍ତି। ଏଥିପାଇଁ ଆଲ୍ଲା ରାଗିଛନ୍ତି ବୋଲି ସେ କହିଛନ୍ତି। ତେବେ ପୂର୍ବ ଅଡିଓରେ ଦେଇଥିବା ବୟାନ ବାବଦରେ ୟୁ-ଟର୍ଣ ନେଇଛନ୍ତି ମୌଲାନା। ସେ କହିଛନ୍ତି, “ଲୋକାମାନେ ଡାକ୍ତରଙ୍କ ପରାମର୍ଶ ମାନିବା ଉଚିତ। ମୁଁ ନିଜକୁ ଏକାନ୍ତବାସରେ ରଖିଛି ଏବଂ ଲୋକାମାନେ ସରକାରଙ୍କ ଉପଦେଶକୁ ମାନନ୍ତୁ।”

ପୂର୍ବ ଅଡିଓରେ ସାଦ୍‌ କହିଥିଲେ, “ଯଦି ତମେ ଭାବୁଛ ମସ୍‌ଜିଦ୍‌ରେ ଏକାଠି ହେଲେ ତମେ ମରିଯିବ, ତେବେ ମୁଁ କହିରଖେ, ମରିବା ପାଇଁ ଏହାଠାରୁ ଆଉ ଉତ୍ତମ ସ୍ଥାନ କିଛିନାହିଁ। ଡାକ୍ତର କହୁଛନ୍ତି ବୋଲି ତମେ ଏ ସମୟରେ ପ୍ରାର୍ଥାନା କରିବା ଓ ଲୋକଙ୍କୁ ଭେଟିବା ଛାଡ଼ନାହିଁ। ଯେତେବେଳେ ଆଲ୍ଲା ଏ ରୋଗ ଦେଇଛନ୍ତି କୌଣସି ଡାକ୍ତର କି କୌଣସି ଔଷଧ ଏହାକୁ ଭଲ କରିପାରିବନାହିଁ।

ନିଜାମୁଦ୍ଦିନ୍‌ ଜମାତ୍‌‌ରେ ଲୋକଙ୍କୁ ଏକାଠି କରିବା ଓ ଦେଶର ବିପତ୍ତି ବେଳେ ଭୁଲ ଉପଦେଶ ଦେବା ଅଭିଯୋଗରେ ମୌଲାନା ମହମ୍ମଦ ସାଦ୍‌ଙ୍କୁ ଦାୟୀ କରିଛି ଦିଲ୍ଲୀ ପୁଲିସ। ସେ ଉତ୍ତରପ୍ରଦେଶ ବା ଦିଲ୍ଲୀରେ ଥିବା ଅନୁମାନ କରି ବିଭିନ୍ନ ପୁଲିସ ଦଳ ଖୋଜିବାରେ ନିୟୋଜିତ ହୋଇଛନ୍ତି।

Leave a comment