Odisha News Insight

କରୋନା: ପାକିସ୍ତାନରେ ୧୦୦୦ ଡେଇଁଲା, ମାସ୍କ ଓ କିଟ୍‌ ପଠାଇଲା ଚୀନ୍

ପାକିସ୍ତାନରେ ବେଳକୁ ବେଳ ଉଗ୍ର ହେଉଛି କରୋନା ଭୂତାଣୁ। ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୭ରେ ପହଞ୍ଚିଛି। ଏଯାଏଁ ୭ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ଚୀନ। ନିକଟରେ କରୋନା ବିପର୍ଯ୍ୟୟରୁ ମୁକୁଳିଥିବା ଚୀନ ପାକିସ୍ତାନକୁ ଚିକିତ୍ସା ଉପକରଣ ପଠାଇଛି।

କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଚ୍‌ କାରବାର ସ୍ଥଗିତ ରଖିଛି। ଆଜି କରାଚୀର ଜିନ୍ନା ବିମାନବନ୍ଦରରେ ଚିକିତ୍ସା ଉପକରଣ ଧରି ଏକ ଚୀନ୍‌ ବିମାନ ପହଞ୍ଚିଛି। ଏଥିରେ ୫୦ ଲକ୍ଷ ମାସ୍କ ସମେତ ୫୦ ହଜାର ପରୀକ୍ଷଣ କିଟ୍‌ ରହିଛି।

Leave a comment