Odisha News Insight

କରୋନା ଓଡ଼ିଶାରେ ଦ୍ୱିତୀୟ ରୋଗୀ ଚିହ୍ନଟ

ଭାରତରେ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ । ଏଥି ସହିତ ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ଦେଶରୁ ସେ ଫେରିଥିବା ସୂଚନା ମିଳିଛି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

Leave a comment