Odisha News Insight

ମଣିଷ ନୁହେଁ ପଶୁ ପରି ଫାଶୀରେ ଝୁଲିବେ ଦୋଷୀ ଘାତକ

ଆସନ୍ତା ଫେବ୍ରୁୟାରୀ ୧ ତାରିଖ ସକାଳ ୬ଟାରେ ଫାଶୀ ପାଇବାକୁ ଥିବା ୨୦୧୨ର ସେହି ଜଘନ୍ୟ ଦୋଷୀ ମାନଙ୍କ ପ୍ରତି ଘାତକ ପୱନ କୁମାରଙ୍କ ହୃଦୟରେ ତିଳେ ବି ଦୟା କି ଅନୁକମ୍ପା ନାହିଁ। ମେରୁଟ୍‌ରେ ରହୁଥିବା ପୱନ କୁମାର କହିଛନ୍ତି , “ମରିବାକୁ ଯାଉଥିବା ସେହି ଲୋକମାନେ ମଣିଷ ଭଳି ନୁହେଁ ପଶୁ ବଳି ପ୍ରାଣ ହରାଇବେ। ସେମାନେ ଅତି ନିଷ୍ଠୁର ବ୍ୟକ୍ତି , ଆଉ ସେଇଥିଲାଗି ସେମାନେ ସେମାନଙ୍କ ଜୀବନ ହରାଇବାକୁ ଯାଉଛନ୍ତି । “ ୫୪ ବର୍ଷୀୟ ପୱନ କୁମାର ହିଁ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ନିଯୁକ୍ତ ହୋଇଛନ୍ତି ।

Leave a comment