Odisha News Insight

ପଦ୍ମ ଧରିଲେ ଦାମ

ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓଙ୍କ ଉପସ୍ଥିତିରେ ପଦ୍ମ ଦଳରେ ଯୋଗ ଦେଇଛନ୍ତି ଦାମ ।

ଗୁରୁବାର ସକାଳେ ଦାମ ବାବୁଙ୍କ ପୁଅ ସମ୍ବିତ ନବୀନ ନିବାସ ଯାଇଥିବା ବେଳେ ଦାମ ବାବୁ ଦିଲ୍ଲୀ ଯାଇ ପଦ୍ମ ଦଳରେ ଯୋଗ ଦେଇଛନ୍ତି । ତେବେ ଦିଲ୍ଲୀ ଯିବା ପୂର୍ବରୁ ଦାମ ବାବୁ ଗଣମାଧ୍ୟମକୁ କହିଥିଲେ, ତାଙ୍କୁ ବିଜେଡି ଗୋଇଠା ମାରି ଦଳରୁ ବିଦା କରିଛି, ତେଣୁ ନବୀନଙ୍କୁ ସାଧାରଣରେ ନିନ୍ଦିତ କରିବା ପାଇଁ ଏବଂ ବିଜେଡିକୁ କ୍ଷମତାଚ୍ୟୁତ କରିବା ପାଇଁ ସେ କାର୍ଯ୍ୟ କରିବେ । ପୁଅ, ଝିଅ ଯିଏ ଯୁଆଡେ ଗଲେ ବି ସେ ଅପମାନର ପ୍ରତିଶୋଧ ନେବେ ବୋଲି କହିଛନ୍ତି ।

Leave a comment