Odisha News Insight

ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ପାଇଁ ଷ୍ଟିକର୍‌ ଜାରି କଲା କମିଶନରେଟ୍‌ ପୁଲିସ

କରୋନା ଲକ୍‌ଡାଉନ୍‌ ସମୟରେ ଜରୁରୀ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଲାଗିବ CHECKED ଷ୍ଟିକର୍। ଆଜି ଠାରୁ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଆରମ୍ଭ କରିଛନ୍ତି କମିଶନରେଟ୍‌ ପୁଲିସ।

ଉପଯୁକ୍ତ ପ୍ରମାଣ ଦେଇ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି କମିଶନରେଟ୍‌ ପୁଲିସ କାର୍ଯ୍ୟାଳୟରୁ ଏହି ଷ୍ଟିକର ଆଣିପାରିବେ ଗାଡ଼ିଚାଳକ। ଏହି ଷ୍ଟିକର ଗାଡ଼ିର ସାମନାରେ ଲାଗିବ। ଏଭଳି ଷ୍ଟିକର ଲାଗିଥିବା ଗାଡ଼ିକୁ ବାରମ୍ବାର ଅଟାକାଇବ ନାହିଁ ପୁଲିସ।

Leave a comment