Odisha News Insight

ଭୁବନେଶ୍ବର AIIMSରେ କରୋନା ରୋଗୀ, ୧୨ ଘଣ୍ଟା ଧରି ଲୁଚାଇଥିଲେ କର୍ତୃପକ୍ଷ

ଓଡ଼ିଶାରେ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ବିତୀୟ କୋରାନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବକ ଜଣକର ବୟସ ୧୯ ବର୍ଷ। ଏମ୍‌ସର ଜଣେ ବରିଷ୍ଠ ପଦାଧିକାରୀଙ୍କ ପୁତ୍ର। ଲଣ୍ଡନରେ ପାଠ ପଢ଼ୁଥିବା ଯୁବକ ଜଣକ ୩ ଦିନ ତଳେ ଓଡ଼ିଶା ଫେରିଥିଲେ।

ଗତକାଲି ସକାଳେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ ଏହାକୁ ହାଇ ପ୍ରୋଫାଇଲ୍‌ କେସ୍‌ କହି କାହାରିକୁ ଏ ନେଇ ତଥ୍ୟ ଦିଆ ଯାଇନଥିଲା। ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ରୋଗୀ ବାବଦରେ ବିଶେଷ ତଥ୍ୟ ପାଇ ନଥିଲେ। ଦିନ ୧୧ଟାରେ ଯୁବକଙ୍କୁ ଏମ୍‌ସର ଆଇସୋଲେସନ୍‌ ଓ୍ବାର୍ଡକୁ ଆଣି ଡାକ୍ତରଙ୍କ କୋଠରୀରେ ରଖାଯାଇଥିଲା।

ରାତି ୧୦ଟା ପରେ ତାଙ୍କ ଠାରେ କରୋନା ଥିବା ନିଶ୍ଚିତ ହୋଇଥିଲା। ଏ ଭିତରେ ତାଙ୍କ ସଂସ୍ପର୍ଶରେ ବହୁ ଡାକ୍ତର ଓ କର୍ମଚାରୀ ଆସିଥିଲେ। ଅନ୍ୟପଟେ ବରିଷ୍ଠ ଅଧିକାରୀ ଜଣକ ରହୁଥିବା ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ (ସମ୍‌ ହସ୍ପିଟାଲ ପାଖ)ରେ ମଧ୍ୟ ଯୁବକ ଜଣକ ତିନି ଦିନ ଧରି ବିନା କ୍ବାରାଣ୍ଟିନ୍‌ରେ ଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave a comment