Odisha News Insight

ବ୍ରିଜରେ ଫସିଲା ବିମାନ

ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଫସିଯାଇଛି ବିମାନ । ବିମାନ ଟିଏ ଏପରି ଭାବରେ ଓଭର ବ୍ରିଜ ତଳେ ଫସିଛି ଯାହାକୁ ନେଇ ନାକେଦମ୍ ହେବାକୁ ପଡିଲାଣି । ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରଲର ଯୋଗେ ନିଆଯାଉଥିଲା ।

ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ ଯିବାବେଳେ ରାସ୍ତା ମଝିରେ ଥିଲା ଏକ ଓଭର ବ୍ରିଜ । ଏହାକୁ ପାର ହେବା ବେଳେ ଫସି ଯାଇଥିଲା ଟ୍ରକଟି । ବିମାନର ଅଧା ଭାଗ ଓଭର ବ୍ରିଜ ପାର ହୋଇଯାଇଥିଲା । ମଧ୍ୟରାତ୍ରିରେ ଘନ କୁହୁଡି ଥିଲା । ଡ୍ରାଇଭର ବି କିଛି ଜାଣି ପାରିନଥିଲା ।

ତେବେ ବିମାନର ଅଧା ଭାଗ ଓଭର ବ୍ରିଜକୁ ଅତିକ୍ରମ କରିଥିବା ବେଳେ ହଠାତ୍ ପସି ଯାଇଥିଲା ଟ୍ରକଟି । ଡ୍ରାଇଭରର ସମସ୍ତ ଉଦ୍ୟମ ପରେ ବି ଆଗକୁ ଯାଇପାରିନଥିଲା ଗାଡି । କାରଣ ବିମାନର ମଝି ଅଂଶର ଉପର ଭାଗ ଫସି ଯାଇଛି ଓଭର ବ୍ରିଜ ସହିତ । ଟ୍ରକ ଏବେ ଆଗକୁ ଯାଇ ପାରୁନି, କିମ୍ୱା ପଛକୁ ବି ଆସିପାରୁନି । ଏହାରି ଭିତରେ ମୁକୁଳି ପାରୁନି ବିମାନଟି । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥରେ ଏପରି ଦୁର୍ଘଟଣାକୁ ନେଇ ଟ୍ରାଫିକ୍ ଜାମ୍ ବି ହେଉଛି । ଗତକାଲି ମଧ୍ୟ ରାତ୍ରିରୁ ଏଯାଏଁ ବିମାନଟି ଫସି ରହିଛି ବ୍ରିଜ ତଳେ । ପୋଲିସ ଦୁର୍ଘଟଣା ଖବର ପାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a comment