Odisha News Insight

୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ

୫୧ରୁ ଅଧିକ ରାଜ୍ୟ ସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ ରହିଛନ୍ତି।

ମହାରାଷ୍ଟ୍ରର ୭ ଏବଂ ତାମିଲନାଡୁର ୬ ଜଣ ଏମ୍‌ପି ଅବସର ନେବେ। ସେହିପରି ବିହାର ଏବଂ ପଶ୍ଚିମବଙ୍ଗର ୫ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ସମାପ୍ତ ହେଉଛି। ଅପରପକ୍ଷରେ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶର ୪ ଲେଖାଏଁ ଏମ୍‌ପି, ରାଜସ୍ତାନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ୩ ଜଣ ଲେଖାଏଁ ଏମ୍‌ପି ଅବସର ନେବେ। ସେହିପରି ତେଲେଙ୍ଗାନାର ୨, ଝାଡ଼ଖଣ୍ଡର ୨ ଏବଂ ଛତିଶଗଡ଼ର ୨ ଜଣ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ହିମାଚଳପ୍ରଦେଶ, ହରିୟାଣା, ଆସାମ, ମେଘାଳୟ ଏବଂ ମଣିପୁରର ଜଣେ ଲେଖାଏଁ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି।
ମୋଟ ୬୯ ଜଣଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ୫୧ ଜଣ ପୁଣି ନିର୍ବାଚିତ ହେବେ ବୋଲି କୁହାଯାଉଛି। ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୪୫। ଏହାରି ମଧ୍ୟରୁ ୨୩୩ ଜଣ ସଦସ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ରାଜ୍ୟସଭାକୁ ଆସିଥାନ୍ତି। ଆଉ ଅବଶିଷ୍ଟ ୧୨ ଜଣଙ୍କୁ ମହାମହିମ ମନୋନୀତ କରିଥାନ୍ତି।

Leave a comment