Odisha News Insight

କାଲିଠୁ ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ବଜେଟ୍ ଅଧିବେଶନରେ ଗୃହ କାର୍ଯ୍ୟ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଛନ୍ତି।

କାଲି ଗୃହକୁ ସମ୍ବୋଧନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ୍‌ ଅଧିବେଶନ। ୧୮ରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟପିବ ବୋଲି ଜଣାପଡ଼ିଛି ।

ସେପଟେ ରଣନୀତି ପ୍ରସ୍ତୁତ ପାଇଁ ଆଜି ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ଡାକିଛି। ପୃଥକ ପୃଥକ ଭାବେ ବିଜେପି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ବସିବ। ସରକରଙ୍କୁ ଘେରିବା ପାଇଁ ବିରୋଧୀ ପୂରା ଯୋଜନା କରିଛନ୍ତି । କାଳିଆଠାରୁ ଗୃହ ନିର୍ମାଣ, ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିଛନ୍ତି ବିରୋଧୀ। ସେପଟେ କଂଗ୍ରେସ ରେଳ ବଜେଟରେ ରାଜ୍ୟ ପ୍ରତି ହୋଇଥିବା ଅବହେଳା ପ୍ରସଙ୍ଗ ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି କହିଛି।

Leave a comment