Odisha News Insight

କରୋନା ୧୧,୦୦୦ ବନ୍ଦୀଙ୍କୁ ଜାମିନରେ ଛାଡ଼ିବ ଉତ୍ତରପ୍ରଦେଶ

ରାଜ୍ୟର ୭୧ଟି ଜାଲରେ ବନ୍ଦୀ ଥିବା ୧୧,୦୦୦ରୁ ଅଧିକ କଏଦୀଙ୍କୁ ଜାମିନରେ ଛାଡ଼ିଛନ୍ତି ଉତ୍ତରପ୍ରଦେଶ ସରକାର। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।

୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀମାନଙ୍କୁ ପାରୋଲ୍‌ ଅଥବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ଛାଡ଼ିବା ଲାଗି ନିଷ୍ପତ୍ତି ନେବା ନିମନ୍ତେ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଗତ ସପ୍ତାହରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍‌ କୋର୍ଟ। ଉତ୍ତରପ୍ରଦେଶ ଏକ କମିଟି ଗଠନ କରି ବନ୍ଦୀମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ୮ ସପ୍ତାହ ଯାଏଁ ଜାମିନ ଦେବାକୁ ନିଷ୍ପତ୍ତି ନେଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ କମିଟି ସୁପାରିଶ କରିଛି।

Leave a comment