Odisha News Insight

ଅଣାୟତ ଆମେରିକା ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ

ବିଶ୍ବର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାଖାପାଖି ପହଞ୍ଚିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସଂଖ୍ୟା ଏକ ଲକ୍ଷ ଡେଇଁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୨୦୫ ଥିବା ବେଳେ ୧,୭୦୧ ଜଣ ମୃତ୍ୟୁ ବରଣ କରିସାରିଲେଣି।

ଆମେରିକା ପଛକୁ ରହିଛି ଇଟାଲି। ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬,୪୯୮ ଥିବା ବେଳେ ମୃତକଙ୍କ ସଂଖ୍ୟା ବିଶ୍ବରେ ସର୍ବାଧିକ ୯,୧୩୪। ଅନୁରୂପ ଭାବେ ତୃତୀୟ ସ୍ଥାନରେ ଥିବା ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୩୯୪ ଥିବା ବେଳେ ଏମାନଙ୍କ ମଧ୍ୟରୁ ବିଶ୍ବରେ ସର୍ବାଧିକ ୭୪,୯୭୧ ଜଣ ସୁସ୍ଥ ହୋଇ ଘରକୁ ବାହୁଡ଼ିଗଲେଣି। ଏହି ତୁଳନାରେ ଆମେରିକାରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ୨,୫୨୫ ଓ ଇଟାଲିରେ ୧୦,୯୫୦।

ଦୁଇମାସ ତଳେ ଆମେରିକାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ ୧୯ରେ ଏହି ସଂଖ୍ୟା ୧୦,୦୦୦ ଛୁଇଁଥିଲା। ଏବେ ମାତ୍ର ୯ ଦିନ ମଧ୍ୟରେ ଏହି ସଂଖ୍ୟା ୧୦ ଗୁଣା ବୃଦ୍ଧି ପାଇ ୧ ଲକ୍ଷ ଡେଇଁଛି। ଯଦି ଏହି ହାରରେ ସୁଧାର ନ ଆସେ ତେବେ ଆଉ ୧୦ ଦିନ ଭିତରେ ଆମେରିକାରେ ଏକ କୋଟି ଲୋକଙ୍କୁ ସଂକ୍ରମଣ ହୋଇଯିବାର ଆଶଂକା ରହିଛି।

ଭାରତରେ ୮୮୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୧୯ ଥିବା ବେଳେ ଜାତୀୟ ଗଣମାଧ୍ୟମ ୨୦ ବୋଲି ଦାବି କରୁଛନ୍ତି।

Leave a comment