Odisha News Insight

ସାରା ଦେଶ ଲକ୍‌ଡାଉନ୍ !

ଭାରତରେ କରୋନା ଭୂତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଦେଶର ସବୁ ରାଜ୍ୟକୁ ଉଣା ଅଧିକା କରୋନା ସଂକ୍ରମଣ ବ୍ୟାପି ଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ଦେଶସାରା ଲକ୍‌ଡାଉନ୍‌ ଜାରି ହୋଇଥିବା ଜଣାପଡ଼ିଛି।

ପ୍ରେସ୍‌ ଇନ୍‌ଫର୍ମେସନ୍‌ ବ୍ୟୁରୋ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୩୬ଟି ରାଜ୍ୟ (ଓ କେନ୍ଦ୍ରଶାସିତ ଅଞ୍ଚଳ) ମଧ୍ୟରୁ ୩୦ଟିରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇସାରିଛି। ଓଡ଼ିଶା (୧୪ ଜିଲ୍ଲା), ମଧ୍ୟପ୍ରଦେଶ (୩୭ ଜିଲ୍ଲା) ଓ ଉତ୍ତରପ୍ରଦେଶ (୧୬ ଜିଲ୍ଲା)ରେ କିଛି କିଛି ସହର ବା ଜିଲ୍ଲାରେ ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲାକ୍ଷାଦୀପରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସିକ୍କିମ୍‌ ଓ ମିଜୋରାମ୍‌ରେ କୌଣସି ପ୍ରକାର ଲକ୍‌ଡାଉନ୍‌ ଘୋଷଣା ହୋଇନାହିଁ।

Leave a comment