Odisha News Insight

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତେେ ପାସ୍: ଗଣଶିକ୍ଷା ମନ୍ତ୍ରୀ

ମହାମାରୀ କରୋନା ଭାଇରସ୍ ଯୋଗୁଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ହୋଇପଡ଼ିଛି। ଏହାରିମଧ୍ୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। କରୋନା କାରଣରୁ ଚଳିତଥର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନି ବାର୍ଷିକ ପରୀକ୍ଷା। ସମସ୍ତ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ଉପର ଶ୍ରେଣୀ ପାସ ହୋଇଯିବେ ବୋଲି ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ।

ସ୍କୁଲ୍ ଖୋଲିଲେ ପାଠ ଶେଷ କରି ବାର୍ଷିକ ପରୀକ୍ଷା କରିବା ଏକ ପ୍ରକାର ଅସମ୍ଭବ। ତେଣୁ ଏଭଳି ପରିସ୍ଥିତିରେ ଛାତ୍ରାଛାତ୍ରୀମାନେ ଆଗାମୀ ଶିକ୍ଷାବର୍ଷରେ ନୂଆ କ୍ଲାସରୁ ବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏଥିସହ ଆସନ୍ତା ଜୁନ୍ ମାସ ୧୫ ତାରିଖରୁ ପିଲାମାନେ ମଧ୍ୟାହ୍ନ ଭୋଜନ ପାଇପାରିବେ। ବର୍ତ୍ତମାନ ତିନି ମାସ ପାଇଁ ପିଲମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଛି ବୋଲି ଶନିବାର ମନ୍ତ୍ରୀ ଭିଡିଓ ଜାରି କରି କହିଥିଲେ। ପିଲାମାନେ ଏହି ସମୟରେ ଘରେ ରହି ପାଠ ପଢ଼ା ଜାରି ରଖନ୍ତୁ ବୋଲି ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave a comment