Odisha News Insight

Change knocks at the door of Odisha (Editorial)

BJP1ଓଡିଶାରେ ପରିବର୍ତ୍ତନର ସ୍ୱର

ଗୀତା ରେ ପଢ଼ିଥିଲି ପରିବର୍ତ୍ତନ ହିଁ ସଂସାର ର ନିୟମ. ଏହା ପ୍ରତିପାଦିତ ହେବାକୁ ଯାଉଛି ଓଡ଼ିଶାରେ. ବୋଧହୁଏ ଆମେ ସବୁ ଏହାକୁ ଦେଖିବାରେ ବିଫଳ ହୋଇଥିଲୁ. ଦୀର୍ଘ ୧୭ ବର୍ଷ ଧରି ଶାସନ କରି ଆସୁଥିବା ଏକ ସରକାର ବିଗତ କିଛି ବର୍ଷରେ ସ୍ଥାଣୁ ଓ ନିର୍ବିକାର ପାଲଟି ଯାଇଛି, ଲାଗୁଛି ସବୁ କିଛି ଏକ ଯନ୍ତ୍ର ମାନବ ଦ୍ୱାରା ଚାଲୁଛି. କୌଣସି ଆନ୍ଦୋଳନ ଅବା ପ୍ରତିବାଦ ପ୍ରଭାବ ପକାଇ ପାରିନଥିଲା ଏଇ ସରକାର ଉପରେ. କିନ୍ତୁ ଜନତାଙ୍କର ଏଇ ଜନାକ୍ରୋଶ କୁ ପଦାଘାତ କରିବାର ସ୍ପର୍ଦ୍ଧା ନିଶ୍ଚୟ ସେମାନେ କେବେ କରିବେ ନାହିଁ.

ଏହା କେବଳ ଅୟମାରମ୍ଭ. ଆଶା କରାଯାଉ ସରକାର ଚେତିବେ. ଲୋକଙ୍କ କଥା ଶୁଣିବେ. ଲୋକଙ୍କ ପାଇଁ କାମ କରିବେ. ବୁଝିବାକୁ ଚେଷ୍ଟା କରିବେ ସେମାନଙ୍କ ମନର ଭାଷାକୁ. ନଚେତ ଏଇ ଜନତା ପୁଣି ଆଦେଶ ଦେବେ. ଆଉ ତାହା କେବେ ବି ସରକାରଙ୍କୁ ସୁହାଇବ ନାହିଁ. ଓଡିଶା ରେ ପରିବର୍ତ୍ତନର ସ୍ୱର ଆରମ୍ଭ ହୋଇଛି. ବିକଳ୍ପର ବ୍ୟବସ୍ଥା ବି ହୋଇଯାଇଛି. ଆଶା ସରକାରଙ୍କର ନିଦ୍ରା ଭାଙ୍ଗିବ.

ଦେଖାଯାଉ କୋଉ ପାଣି କୁଆଡେ ଯାଉଛି.

Leave a comment